Utkala Gauraba 2020

* ଉତ୍କଳ ଗୌରବ *

 

ସୁଧି ସୁହୃଦ ସମଗ୍ର

ଶ୍ରଦ୍ଧା ସୁମନାସ

ଏହା ଭିତରେ  86 ବର୍ଷର ବର୍ଷା-ବସନ୍ତ-ବୈଶାଖ ଓଡ଼ିଶାରେ ବିତି ଗଲାଣି ହେଲେ ଅମ୍ଲାନ ରହିଛି ସେହି ଗୋଟିଏ ନାମ; କୁଳବୃଦ୍ଧ ମଧୁସୂଦନ ଦାସ (ଜନ୍ମ –  ୨୮ ଏପ୍ରିଲ୍‌ ୧୮୪୮ ॥ ୦୪ ଫେବୃଆରୀ ୧୯୩୪ – ମହାପ୍ରୟାଣ)। ୧୭୨ ବର୍ଷ ତଳେ ଓଡ଼ିଶା ମାଟିରେ ଜନ୍ମିତ ଏହି ଯୁଗସ୍ରଷ୍ଟାଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆମ୍ଭେ *ଶନିବାର, ମେ ୦୯, ୨୦୨୦* ଦିନ ଆୟୋଜନ କରୁଅଛୁ ଓଡ଼ିଶାର ମହାନ ଜନନାୟକଙ୍କ ସ୍ମୃତି ସନ୍ମିଳନ  *ଉତ୍କଳ ଗୌରବ*।

ସଂପ୍ରତି ମହାମାରୀ ହେତୁ ଏହି ବିଶ୍ୱସ୍ତରୀୟ ସ୍ମୃତିସଭା; ଜୁମ୍‌ ମାଧ୍ୟମରେ କରାଯିବାର ବ୍ୟବସ୍ଥା କରୁଅଛୁ। ଏହା ଇଣ୍ଟରନେଟ୍‌ ମାଧ୍ୟମରେ

*(ସକାଳ ୦୭:୩୦(ଇଡ଼ିଟି) ॥ ସକାଳ ୧୦:୩୦(ପିଡ଼ିଟି) ॥ ସନ୍ଧ୍ୟା ୦୮:୦୦

ଠାରୁ

ମଧ୍ୟାହ୍ନ ୧୨:୦୦ (ଇଡ଼ିଟି) ॥ ଅପରାହ୍ନ ୦୩:୦୦ (ପିଡ଼ିଟି) ॥  ରାତ୍ରୀ ୧୨:୩୦ (ଆଇ ଏସ୍‌ ଟି))*

ସମୟରେ ସଞ୍ଚାଳନ ହେବ। ସମଗ୍ର ବିଶ୍ୱରେ ସ୍ୱଗୃହରେ ରହି ସମସ୍ତ ସାହିତ୍ୟପ୍ରେମୀ ଏହି ସ୍ମୃତିସଭାରେ ଭାଗ ନେବେ। ଏଣୁ ଆପଣମାନଙ୍କୁ ମଧ୍ୟ ଏଥିରେ ଯୋଗ ଦେବାକୁ ଆମର ଅନୁରୋଧ। ଜୁମ୍‌ ଆପ୍‌ର ସାହାଯ୍ୟରେ ସମଗ୍ର ସାହିତ୍ୟ ସହୃଦୟଙ୍କୁ ସ୍ୱାଗତଂ କରୁଛୁ ଏହି ସ୍ମୃତି ସଭାରେ ଯୋଗଦାନ କରିବା ନିମନ୍ତେ। ଆପଣଙ୍କ ନିକଟକୁ ଜୁମ୍‌ର ପରିଚୟ କ୍ରମିକ ସଂଖ୍ୟା ତଥା ଗୁପ୍ତପଥ କ୍ରମିକ ସଂଖ୍ୟା ଆମ୍ଭେ ଅତି ଶୀଘ୍ର ପ୍ରେରଣ କରିବୁ। ଆପଣ ବକ୍ତା, ଶ୍ରୋତା ଅବା ଆଲୋଚକ ଭାବରେ ଯୋଗ ଦେଇ ପାରିବେ।

ଏଣୁ, ଯଦି ଆପଣ ଏହି ସ୍ମୃତିସଭାରେ ଯୋଗଦାନ କରି କିଛି କହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ

ନାମ

ଦୂରଭାଷ ସଂଖ୍ୟା

ଇ_ଡାକ ପରିଚୟ

ତଥା

ଆପଣଙ୍କର ସଂକ୍ଷିପ୍ତ ପରିଚୟ

ସହ ନିମ୍ନରେ ପ୍ରଦତ୍ତ ଇ_ଡାକରେ ଯୋଗାଯୋଗ କରନ୍ତୁ।

Email: OSAEC@odishasociety.org

Share This